ରାଜନୀତି

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ
ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ

ବ୍ୟୁରୋ: ରାଜନୀତିରୁ ଅବସର ନେଲେ ବିଜେଡିର ପୂର୍ବତନ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ମଧ୍ୟ ସେ ସମାଜସେବା କରିବେ ବୋଲି କହିଛନ୍ତି ଡ଼. ଅଚ୍ୟୁତ ସାମନ୍ତ। ଚଳିତ ୨୦୨୪ ନିର୍ବାଚନରେ   ବିଜେଡି ଦଳରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ
ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
କଂଗ୍ରେସ ପାଇଁ ପ୍ରଚାର କଲେ ସୁର ବାବୁଙ୍କ ପତ୍ନୀ ମାଳତୀ ରାଉତରାୟ
କଂଗ୍ରେସ ପାଇଁ ପ୍ରଚାର କଲେ ସୁର ବାବୁଙ୍କ ପତ୍ନୀ ମାଳତୀ ରାଉତରାୟ

ଅପରାଧ

ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ
ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ

ବ୍ୟୁରୋ: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ। ଏଭଳି ଏକ ଅମାନସିକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ବର ଅଞ୍ଚଳରେ। ସାମାନ୍ୟ ଟଙ୍କା ପାଇଁ ଜଣେ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ । ଏହି ଘଟଣା ଆଜି ଭୋର ସମୟରେ ଘଟିଥିବା ବେଳେ, ହସ୍ପିଟାଲ ଯିବା ବାଟରେ ଆଖି ବୁଜିଛନ୍ତି ବାପା । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ କଲେଜର ପ୍ରଫେସର ଭାବେ ଚାକିରୀ କରିଛନ୍ତି। ସେ ଲକ୍ଷାଧିକ ଟଙ୍କା ଋଣ ବୋଝରେ ବୁଡି ରହିଥିଲେ । ଋଣ ସୁଝିବା ପାଇଁ ସେ ବାପା ସୁନିଲ ଚୌଧୁରୀଙ୍କୁ ଟଙ୍କା ମାଗିଥିଲେ । ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ, ଅନିରୁଦ୍ଧ ରାଗିଯାଇ ଛୁରୀ ଭୁସି ବାପା ସୁନିଲଙ୍କୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହେଲେ ଶିବ ଶଙ୍କର ଦାସ
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହେଲେ ଶିବ ଶଙ୍କର ଦାସ
ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ୫ଟି ମୋବାଇଲ ସହ ମୋଟର ସାଇକେଲ ଜବତ
ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ୫ଟି ମୋବାଇଲ ସହ ମୋଟର ସାଇକେଲ ଜବତ
ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତଃସତ୍ୱା କରିବା ଘଟଣାରେ ଯୁବକ ଗିରଫ
ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତଃସତ୍ୱା କରିବା ଘଟଣାରେ ଯୁବକ ଗିରଫ