Advertisement

ବ୍ୟୁରୋ: ଛାତ୍ରଛାତ୍ରୀ ଙ୍କ ସୁବିଧା ସହ ଖୋର୍ଦ୍ଧାର ଜନସାଧାରଣଙ୍କ ସୁବିଧା ନିମନ୍ତେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ କଲେଜ କ୍ୟାମ୍ପସର ମୁଖ୍ୟ ଫାଟକରେ ଜୁନ ୧ତାରିଖରେ ଜଟଣୀ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ଏକ ସମ୍ପ୍ରସାରିତ ବ୍ୟାଙ୍କିଙ୍ଗ କେନ୍ଦ୍ର  ସହ ଏଟିଏମ୍ ଖୋଲାଯାଇଛି।

ଏହି ଉଦଘାଟନ ଉତ୍ସବରେ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ୍ ପ୍ରଫେସର ଡ଼ା. ହିମାଂଶୁ ମୋହନ ପାଢ଼ୀ, ଏ.ଜି.ଏମ୍. ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ରାକେଶ କୁମାର, ସୋଫିଟୋରିୟମ୍‌ର ସମ୍ପାଦିକା ଡ଼ା ପ୍ରଣତୀ ମିଶ୍ର,  ଜଟଣୀ ଶାଖା ପରିଚାଳିକା ଶ୍ରୀମତୀ ଇଲିନା ପ୍ରମୁଖ ଉପସ୍ଥିତ ଥିଲେ।

ଉଚ୍ଚଶିକ୍ଷା କ୍ଷେତ୍ରରେ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ସବୁବେଳେ ସହାୟତା ପ୍ରଦାନ କରୁଥିବାରୁ  ପ୍ରଫେସର ଡ. ହିମାଂଶୁ ମୋହନ ପାଢ଼ୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ସହ ଜନସାଧାରଣ ମାନେ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ଉତ୍ତମ ସେବା ଲାଭ କରିବା ପାଇଁ ବ୍ୟାଙ୍କର  ଏ.ଜି.ଏମ୍. ରାକେଶ କୁମାର କହିଥିଲେ।

Advertisement

Leave a Reply

Your email address will not be published. Required fields are marked *