Advertisement

ବ୍ୟୁରୋ,୬/୩: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଗାଡିକୁ ଅଟକାଇଲେ ବିଜେଡ଼ି କର୍ମୀ। ସୂଚନା ମୁତାବକ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ଏବଂ ସରକାରୀ ଛୁଟି ବାତିଲ କରିବା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ଆନ୍ଦୋଳନ ଚଳୁଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଚାଲିଥିବା ସମୟରେ ସେହି ରାସ୍ତା ଦେଇ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯାଉଥିଲେ। ବିଜେଡିର ନେତା ଏବଂ କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ନାରାବାଜି କରିଥିଲେ। ପରେ ପୋଲିସ ସୁରକ୍ଷା ଦେଇ ମନ୍ତ୍ରୀଙ୍କ ଗାଡିକୁ ଶୋଭାଯାତ୍ରା ଅତିକ୍ରମ କରାଇଥିଲା

Advertisement

Leave a Reply

Your email address will not be published. Required fields are marked *