Advertisement

ବ୍ୟୁରୋ: ଜଟଣୀ ଗୋପୀନାଥ ମନ୍ଦିରରେ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଏବଂ ଅର୍ଣ୍ଣକୂଟ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଦୀର୍ଘ ୯୨ ବର୍ଷ ଧରି ଜଟଣୀ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଧୁମଧାମରେ ପାଳନ ହୋଇ ଆସୁଛି। ଏହି ଉତ୍ସବରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା, ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ଜଟଣୀ ନଗରପାଳ ଅନନ୍ତ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ମନ୍ଦିର କମିଟିର ସଭାପତି ମହେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ ଅଗ୍ରୱାଲ, ଶଙ୍କର ପ୍ରସାଦ ଅଗ୍ରୱାଲ, ସଜନ ଅଗ୍ରୱାଲ, ରୋହତାଶ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *