Advertisement

ଜଟଣୀ,୧୦/୭: ସଂସ୍କାର ଭାରତୀ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜଟଣୀ ରୋଟାରୀ କ୍ଳବ ପରିସରରେ ଗୁରୁପୂର୍ଣିମା ଓ ନଟରାଜ ପୂଜନ ଉତ୍ସବ ପାଳିତ ହୋଇଛି। ଉତ୍କଳ ପୂର୍ବପ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅଧ୍ଯକ୍ଷ ଡଃ. ଇଂ ଶମ୍ଭୁଦତ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନୃତ୍ୟଶିଳ୍ପୀ ଡଃ. ସ୍ନେହପ୍ରଭା ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ଯକ୍ଷ ଡଃ. ପ୍ରଫେସର ସାନ୍ତୁନୁ କୁମର ରଥ, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ପଣ୍ଡା ଯୋଗ ଦେଇଥିଲେ। ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିଥିବା ପାଇକଗୁରୁ ନୀଳମଣି ଶତୃଶଲ, ଓଡ଼ିଶୀ ସଂକୀର୍ତନ ଗୁରୁ ଧୃବଚରଣ ପରିଡ଼ା, ପାଇକଗୁରୁ କାଶୀନାଥ ନାୟକ, ହିନ୍ଦୁସ୍ଥାନୀ ସ୍ମାସ୍ତ୍ରୀୟ ସଂଗୀତ ଗୁରୁ ରଙ୍କନିଧ୍ ମହାପାତ୍ର, ଲୋକନାଟକ ଗୁରୁ ଲିଙ୍ଗରାଜ ରାଉତ ଏବଂ ସଂଗୀତ ନୃତ୍ୟ ଓ ନାଟ୍ୟ ଗୁରୁ ଦାମୋଦର ବଳବନ୍ତରାୟଙ୍କୁ “ଗୁରୁ ପ୍ରଣାମ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ମହାମନ୍ତ୍ରୀ ଦୀପକ୍ କୁମାର ଶତୃଶଲ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରବିଦ୍ର ନାଥ ମହାକୁଡ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବରେ ସଂସ୍କାରଭାରତୀର ସଦସ୍ୟଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ସଂଗୀତ ଓ ପାଇକ ଆଖଡା ପ୍ରଦର୍ଶନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଶିଷ୍ଠ ଓଡିଶୀ ସଂଗୀତ ଗୁରୁ ଜଳଧର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ କୋଷାଧ୍ଯକ୍ଷ ଜିତେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *