ଜଟଣୀ, ୧୦/୫: ଜଟଣୀ ଆଇଆଇଟି କ୍ୟାମ୍ପସ ପରିସରରୁ ଉଦ୍ଧାର ହୋଇଛି ଜଣେ ପିଏଚଡି ଛାତ୍ରଙ୍କ ମୃତ ଦେହ । ମୃତ ଛାତ୍ର ଜଣଙ୍କ ହେଲେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପିଏଚଡି ଶେଷ ବର୍ଷର ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାର। ଆଇଆଇଟି କ୍ୟାମ୍ପସ ବ୍ରହ୍ମପୁତ୍ର ହଲ ହଷ୍ଟେଲରେ ରହୁଥିଲେ । ଶନିବାର ଅପରାହ୍ନ ୩.୩୦ ସମୟରେ ହଷ୍ଟେଲର ଷଷ୍ଠ ମହଲା ବାଲକୋନି ତଳେ ଭୂମିରେ ଅଚେତ ଅବସ୍ଥାରେ ପଡ଼ିଥିଲେ ତନିକୋଣ୍ଡା। ସେଠାରେ କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ଦେଖିବା ପରେ ତୁରନ୍ତ କ୍ୟାମ୍ପସ ଭିତରେ ଥିବା ମେଡିକାଲ କୁ ନେଇଥିଲେ।ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମାଧ୍ୟମରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଛାତ୍ର ତନିକୋଣ୍ଡା ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ତଳକୁ ଠେଲି ଦେଇଛି ତାହା ଏବେ ସନ୍ଧେହ ଘେରରେ।

