Advertisement

ଜଟଣୀ,୯/୩: ଭୁବନେଶ୍ୱର ଆଇଆଇଟି ଜଟଣୀ କ୍ୟାମ୍ପସ ଭିତରକୁ ପଶିଲା ଦନ୍ତା ହାତୀ। ହାତୀ ଘଉଡ଼େଇବାକୁ ନାକେଦମ ହେଲା ବନ ବିଭାଗ।

ଶନିବାର ବିଳମ୍ବିତ ରାତିରେ ପୋଡପଡା ଗ୍ରାମ ପାଖ ଦେଇ ଏକ ଦନ୍ତା ହାତୀ ଆଇଆଇଟି କ୍ୟାମ୍ପସର ପାଚେରୀ ଭାଙ୍ଗି ଭିତରକୁ ପଶିଥିଲା। ଖବର ପାଇ ସ୍ଥାନୀୟ ଲୋକେ ହାତୀ କୁ ଘଉଡ଼େଇବାକୁ ଚେଷ୍ଟା କରିଥିଲେ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲା।

  ପରେ ସ୍ଥାନୀୟ ଗ୍ରାମବାସୀ ଓ ବନ ବିଭାଗର ମିଳିତ ଉଦ୍ୟମରେ ହାତୀ ଆଇଆଇଟି କ୍ୟାମ୍ପସ ରୁ ବାହାରି ବରୁଣେଇ ଜଙ୍ଗଲ ଆଡେ ଯାଇଥିବାର ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *