Advertisement

ଜଟଣୀ,୧୧/୪: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହେଲା ଜଗନ୍ନାଥ ଜମି ବେଆଇନ ଉଛେଦ ପକ୍ରିୟା। ଗୁରୁବାର ଜଟଣୀ ତହସିଲ ଅଧିନ ଛଣଘର ମୌଜାରେ ରହିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ରହିଥିବା ଜବର ଦଖଲ ଗୁଡିକୁ ଉଛେଦ କରାଯାଇଛି।

ଉକ୍ତ ମୌଜାରେ ରହିଥିବା ଅର୍ଦ୍ଧ ନିର୍ମିତ ଘର ଓ ପାଚେରୀକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି। ଜଟଣୀ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଓ ଜଟଣୀ ଜଗନ୍ନାଥ ଟେମ୍ପୁଲ ଅଫିସର ପ୍ରଶାସନିକ ଅଧିକାରୀ ଓ ଜଟଣୀ ପୋଲିସଙ୍କ ଉପସ୍ଥିତିରେ ଏହି ଉଛେଦ ପକ୍ରିୟା କରାଯାଇଥିଲା। ଆଗକୁ ଏହା ବ୍ୟାପକ ଭାବେ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *