ଜଟଣୀ,୧୬/୩: ପରିବେଶ ସୁରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ଖାଲି ସରକାରଙ୍କ କାମ ନୁହଁ ଏହା ସମସ୍ତିଙ୍କର ଦାୟିତ୍ୱ। କିପରି ସମସ୍ତ ନାଗରିକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବେ , ନିଜ ନିଜ ଗ୍ରାମରେ ଥିବା ଖାଲି ସ୍ଥାନରେ ବୃକ୍ଷ ରୋପଣ କରି ଆଗାମୀ ପିଢ଼ି ପାଇଁ ପରିବେଶର ସୁରକ୍ଷା କରିବେ ଏ ନେଇ ଜଟଣୀ ପ୍ରେସ କ୍ଳବ ର ସମସ୍ତ ସାମ୍ୱାଦିକ ମାନେ ଜଟଣୀ ବ୍ଲକ ଅଧିନ କୁସୁମାଟି ବାବା ଶ୍ରୀଶ୍ରୀ ଗତିଶ୍ୱର ମହାଦେବଙ୍କ ମନ୍ଦିର ପୀଠରେ ଏକାଠି ହୋଇଥିଲେ। ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ପ୍ରେସ କ୍ଳବର ସଭାପତି ବରିଷ୍ଠ ସାମ୍ୱାଦିକ ରବିନ୍ଦ୍ରନାଥ ମହାକୁଡ଼ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ସୁରେଶ ମହାରଣା ବୈଠକ ପରିଚାଳନା କରିଥିଲେ । ଜଟଣୀ ଅଞ୍ଚଳରେ ପଲିଥିନ ବ୍ୟବହାର ବର୍ଜନ ସହ ଖାଲି ଥିବା ସରକାରୀ ଜମିରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସାମ୍ବାଦିକ ମାନେ ମତ ରଖିଥିଲେ। ଏହି ବୈଠକରେ ସାମ୍ବାଦିକ ସଂଗ୍ରାମ ହୋତା, ହୃଦାନନ୍ଦ କୋଦମାସିଂ, ଅମରେଶ ରାଉତରାୟ, ଲଳିତ ମହାରଣା, ବିଶ୍ୱଜିତ ସାମନ୍ତରାୟ, ଶୁଭେନ୍ଦ୍ର ଶତପଥି, ନୀଳାମ୍ବର ମିଶ୍ର, ହରିହର ନାୟକ, ସଂଜୀବ କୁମାର ପ୍ରମୁଖ ସାମ୍ବାଦିକ ଯୋଗଦେଇଥିଲେ।
