ଜଟଣୀ,୧୬/୩: ବାବା ସୋମନାଥ ଏଜୁକେସନାଲ୍ ଡେଭଲପମେଣ୍ଟ ସୋସାଇଟିର ୧୫ ତମ ବାର୍ଷିକ ଉତ୍ସବ କୁଦିଆରୀ ଦଶଦୋଳ ମେଳଣର ତୃତୀୟ ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତ୍ରିଲୋଚନ ମହାପାତ୍ରସଭାପତିତ୍ୱରେ କରିଥିଲେ। ଜଟଣୀ ନାଇଜରର ଅସୋସିଏଟ ପ୍ରଫେସର ଡ଼ ତପନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶକ୍ତିଧର ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇଆଇଟି ଭୁବନେଶ୍ୱରର କୁଳସଚିବ ବାମଦେବ ଆଚାର୍ଯ୍ୟ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତଟ ରେଳପଥର ଅଧିକାରୀ ମଦନମୋହନ ପଟ୍ଟନାୟକ ଯୋଗଦେଇଥିଲେ।

ବାବା ସୋମନାଥ ଏଜୁକେସନାଲ୍ ଡେଭଲପମେଣ୍ଟ ସୋସାଇଟିରେ ପାଠ ପଢି ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅତିଥିମାନେ କହିଥିଲେ। ଅନୁଷ୍ଠାନ ତରଫରୁ ସାଧାରଣଜ୍ଞାନ, ବକ୍ତୃତା, ଚିତ୍ରାଙ୍କନ , ନାଚ, ଗୀତରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରସନ୍ନ କୁମାର ସୁନ୍ଦରାୟ, ଦୀପ୍ତିରଞ୍ଜନ ମହାନ୍ତି, ଅମିତ ବାଳିଆରସିଂହ, ରାଜେଶ ସ୍ୱାଇଁ, ସବ୍ୟସାଚୀ ପାଇକରାୟ,ବିକାଶ ମଙ୍ଗରାଜ,ସ୍ମାର ପ୍ରକାଶ ବଳିୟାରସିଂହଙ୍କ ପ୍ରମୁଖ ପରିଚାଳନା କରିଥିଲେ।
