ଜଟଣୀ,୨୦/୫: ଜଟଣୀ ଥାନା ଅଧିନ ରାମଚନ୍ଦ୍ରପୁର ସାଇ ବିହାର ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଜଟଣୀ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଏକ ଟିମ ଭଡ଼ା ଘରେ ଚଢ଼ାଉ କରି ରାଣୀ ମହୁମାଛି ସମେତ ୪ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୫ ଦେହଜୀବୀଙ୍କୁ ବୁଧବାର ରାତିରେ ଉଦ୍ଧାର କରିଛି ପୋଲିସ। ଦୀର୍ଘ ଦିନ ଧରି ଭଡ଼ା ଘରେ ଦେହ ବେପାର ଚାଲୁଥିବା ସୂଚନା ମିଳିଛି। ଏହି ରାକେଟ ପଛରେ ଘର ମାଲିକଙ୍କ ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ କରୁଛି।

