ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଓ ଜଟଣୀ ବିଧାନସଭା ନିର୍ବାଚନ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ଜନସାଧାରଣ ବିନା ବାଧାରେ କିପରି ନିଜର ମତଦାନ କରିପାରିବେ ସେଥିପ୍ରତି ପ୍ରଶାସନ ତା ଉପରେ କଡା ଦୃଷ୍ଟି ରଖିଛି। ଆଜି ଅପରାହ୍ନରେ ହିମାଞ୍ଚଳ ପୋଲିସ ଓ ଜଟଣୀ ପୋଲିସ ପକ୍ଷରୁ ମିଳିତ ଭାବେ ଜଟଣୀ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ନିର୍ବାଚନ କିଭଳି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବା ସେ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂଙ୍କ ନେତୃତ୍ବରେ କୁଦିଆରୀ, ହାଟ ବଜାର ଓ ବାଛରା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା