Advertisement

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ହୋଇଛି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଉଛନ୍ତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ସାର୍ଥକ ସୁତାର । ତାଙ୍କ ଘର କେଉଁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ । ସାର୍ଥକ ଆଜି ମଧ୍ୟାହ୍ନ ସମୟରେ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରୁ ବାହାରି ବାଇକ ନେଇ ହନୁମାନ ବାଟିକା ଆଡକୁ ଯିବା ସମୟରେ, ତାଙ୍କୁ ଗ୍ୟାସ ବୋଝେଇ ଟ୍ରକ ( ଓଡ଼ି ୧୯ଜି ୭୭୩୪) ଧକ୍କା ଦେଇଥିଲା। ସାର୍ଥକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଦୁର୍ଘଟଣା ଘଟାଇ ଥବା ଟ୍ରକ ଏବଂ ଡ୍ରାଇଭରକୁ ଜଟଣୀ ଥାନାରେ ଅଟକ ରଖାଯାଇଥିବା ପୋଲିସ କହିଛି।

Advertisement

Leave a Reply

Your email address will not be published. Required fields are marked *