ବ୍ୟୁରୋ: ଧଳା ଜହର ବିକ୍ରି କରିବା ଘଟଣାରେ ଜଟଣୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ କୁଦିଆରୀ ବଜାର ମାଲଗୋଦାମ ଅଞ୍ଚଳର ଦିଲୁ ଓରଫ ଏସକେ ଅସରଫ(୨୬) ଏବଂ ଲୋକ କଲୋନୀ ରେଲୱେ ମେଡିକାଲ ନିକଟର ମଣ୍ଟୁ ଓରଫ ମନୋଜ କୁମାର ନାଏକ (୪୦)। ଜଟଣୀ ପୋଲିସ ସେମାନଙ୍କ ଠାରୁ ୧୧.୬୫ ଗ୍ରାମର ଧଳା ଜହର ସହ ନଗଦ ୭୯୦ ଟଙ୍କା ଜବତ କରିଛି। ଜଟଣୀ ଥାନା କେସ ନଂ ୪୭୦/୨୪ ଏନଡିପିଏସ ଆକ୍ଟରେ ମାମଲା ରୁଜୁକରି , ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିବା ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ। ସୂଚନା ମୁତାବକ ଏକ ବିଶେଷ ସୂତ୍ରରୁ ଖବର ପାଇ, ଜଟଣୀ ଥାନା ଅଧିକାରୀଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ରାସ୍ତା ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଚାଡାଉ କରି, ୧୧.୬୫ ଗ୍ରାମର ଧଳା ଜହର ସହ ନଗଦ ୭୯୦ ଟଙ୍କା ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ଜନସାଧାରଣ ମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।