ବ୍ୟୁରୋ: ଜଟଣୀ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ, ଚାଷୀ ମୁଲିଆଙ୍କ ସଂଗ୍ରାମୀ ସାଥୀ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ, ଆଜି ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫାଉଣ୍ଡେସନର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରମାନେ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଛାତ୍ର ମାନେ ଭଲ ପାଠ ପଢିବା ସହିତ ସ୍ବର୍ଗତ ପ୍ରାଣନାଥଙ୍କ ଭଳି ନିର୍ଭିକ ଓ ସ୍ବାଭିମାନର ସହ ସମାଜର ଗରିବ ଅବହେଳିତ, ନିଷ୍ପେସିତ, ନିସହାୟ, ଅସହାୟଲୋକ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାଯ୍ୟ କରିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝରଣା ସ୍ବାଇଁ, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ପୁର୍ବତନ ସରପଂଚ ଦିବାକର ମଙ୍ଗରାଜ, ଶ୍ରମିକ ନେତା ସାରଙ୍ଗଧର ବେହେରା, ବରିଷ୍ଠ ନାଗରିକ ମଂଚ ସଭାପତି ଭକ୍ତବନ୍ଧୁ ଚୌଧୁରୀ,ରବିନ୍ଦ୍ର ପ୍ରସାଦ ମିଶ୍ର, ଯୁବ ସଂଗଠକ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ରାଉତ, ବୈଷ୍ଣବ ଚରଣ ବରାଳ, ସାମ୍ବାଦିକ ନିଳାମ୍ବର ମିଶ୍ର, ଧିରେନ ପ୍ରତିହାରୀ, ସଞ୍ଜୀବ କୁମାର, ସୁବ୍ରତ କୁମାର ନାୟକ, ବରିଷ୍ଠ ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ରୋଜିସ୍ମିତା ଦାସ, ମରିୟମ ସିଦ୍ଦିକା, ମଧୁଛନ୍ଦା ଭଗତ, ଲକ୍ଷ୍ମୀପ୍ରିୟା ଛୋଟରାୟ, ସଞ୍ଜୟ ପ୍ରଧାନ, ହରିଶ୍ଚନ୍ଦ୍ର ସାହୁ, ନୁତନ ନାୟକ,ସୁଜାତା ସାହୁ, ଗୀତାଞ୍ଜଳୀ ସାହୁ, ଲକ୍ଷ୍ମୀ ମହାରଣା, କମଳା ଦାସ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।