ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଖୋର୍ଦ୍ଧା ସଂକୁଳ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥଙ୍କ ଅଧକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ” ଭାରତର ସ୍ଵ ” ଶୀର୍ଷକ ବିଷୟ ଉପରେ ସଂକୁଳ ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟଙ୍କ ସମେତ ପ୍ରତ୍ୟେକ ବିଦ୍ୟାଳୟର ବିଦ୍ୱତ୍ ପରିଷଦର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜଟଣୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଂକୁଳ ବିଦ୍ୱତ୍ ପରିଷଦ ସଂଯୋଜକ ଗୋରାଚାନ୍ଦ ରାୟ ଆଲୋଚନାର ଅଭିମୁଖ୍ୟ ପ୍ରଦାନ କରିଥିଲେ। ସଂକୁଳ ପ୍ରମୁଖ ନଳିନୀକାନ୍ତ ପଣ୍ଡା, ସଂକୁଳ ବିଦ୍ୱପରିଷଦ ସମ୍ପାଦକ ବଂଶୀଧର ପାଣିଗ୍ରାହୀ ନିଜର ମତ ରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରବଚକ ପଦ୍ମନାଭ ପାଣିଗ୍ରାହୀ, ଗୁଣନିଧି ବଳିୟାରସିଂହ, ଅର୍ଜୁନ ମହାପାତ୍ର, ନୀଳକଣ୍ଠ ମହାରଣା, ମାନସ ରଞ୍ଜନ ପଣ୍ଡା, ସିଦ୍ଧେଶ୍ୱର ମହାନା ବସନ୍ତ ସୁନ୍ଦରାୟ, ମନରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ରାଉତରାୟ, ନୀଳକଣ୍ଠ ରଥ, ଗଗନ ପ୍ରତିହାରୀ ଓ କୁଳମଣି ପାଇକରାୟ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର, ପଦ୍ମନାଭ ନାୟକ, ଗୁରୁଦତ୍ତ ସାହୁ, ପ୍ରକାଶ ପ୍ରଧାନ, ଉମାକାନ୍ତ ସାହୁ, ପୁଷ୍ପିତା ମହାରଣା, ଚିନମୟୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।