Advertisement

ଜଟଣୀ,୩୦/୪:  ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ସ୍ଥାନୀୟ ବିଶ୍ୱନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ବାର କାଉନସିଲର ସଦସ୍ୟ ଆଇନଜୀବୀ ଅକ୍ଷୟ କୁମାର ସାମନ୍ତରାୟ, ଅବନୀ କୁମାର ରାଉତରାୟ, କୈଳାସ ଚନ୍ଦ୍ର ଶର୍ମା, ଉମା ଶଙ୍କର ମିଶ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅକ୍ଷୟ କୁମାର ସାହୁ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବୀରେନ୍ଦ୍ର କୁମାର ପଟ୍ଟନାୟକ, ରବିନ୍ଦ୍ର କୁମାର ରାଉତରାୟ, କବିରାଜ ସାମନ୍ତରାୟ, ସଞ୍ଜୀବ ଦାସ, ରବି ନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଆଇନଜୀବୀ ଶିଵ ପ୍ରସାଦ ରଥ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀର ବରିଷ୍ଠ ଆଇନଜୀବୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଆଇନଜୀବୀ ଶରତ କୁମାର ପାଇକରାୟ, ରଶ୍ମି ରଞ୍ଜନ ମହାନ୍ତି, ଅରୁଣ କୁମାର ସାହୁ, ବାଉରିବନ୍ଧୁ ସାହୁ, ଅକ୍ଷାଂଶୁ ଶେଖର ନାୟକ, କାଶୀନାଥ ପ୍ରଧାନ, ଦେବବ୍ରତ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *