ଜଟଣୀ,୧୨/୫: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ, ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇ ଜଟଣୀ ସହରରେ ଏକ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ପୂର୍ବତନ ଏୟାରଫୋର୍ସ ଅଧିକାରୀ ବେଣୁଧର ପଣ୍ଡା, ପୂର୍ବତନ ସେନା ଅଧିକାରୀ ଭାସ୍କର ପ୍ରଧାନଙ୍କ ସମେତ ୨୦ରୁ ଉର୍ଦ୍ଧ ପୂର୍ବତନ ସେନା ଅଧିକାରୀ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାନ୍ତିଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁକାନ୍ତି ମହାପାତ୍ର, ଆଇନଜୀବୀ, ସ୍ଥାନୀୟ ଜନସାଧାରଣ ଡମଣେଇ ମନ୍ଦିରରୁ ଶୋଭାଯାତ୍ରାରେ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ଆସି ପୁଣି ଡମଣେଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ମନ୍ଦିର ପରିସରରେ ପୂର୍ବତନ ସେନା ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।