Advertisement

ଜଟଣୀ,୧୫/୫: ଜଟଣୀ ଥାନା ଅଧୀନ ହାଟ ବଜାର ପୋଖରୀରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀ ଲୋକ କଲୋନୀ ନିକଟ ମାଣିଆ ଛକ ଅଞ୍ଚଳର ସନ୍ତୋଷ କୁମାର ବେହେରା।  ସୂଚନା ମୁତାବକ ସନ୍ତୋଷ ବୁଧବାର ଅପରାହ୍ନ ସମୟରେ ହାଟ ବଜାର ପୋଖରୀରେ ଗାଧଉଥିବାବେଳେ କୌଣସି କାରଣରୁ ସେ ପାଣିରେ ବୁଡି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ଜଟଣୀ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଥିଲେ। ଜଟଣୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଥିଲେ।

Advertisement

Leave a Reply

Your email address will not be published. Required fields are marked *