ଜଟଣୀ: ୪୦ଫୁଟ କୂଅରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଜଟଣୀ ଥାନା ଅଧିନ କନ୍ତିଆ ଗ୍ରାମର ବିଶାଖା ବଡ଼ଜେନା, ବୟସ 72ବର୍ଷ। ଆଜି ସକାଳେ7.15. କୁଅରୁ ପାଣି କାଢୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯିବାରୁ ସେ କୁଅ ଭିତରକୁ ପଡିଯାଇଥିଲେ ।

ପରିବାର ଲୋକେ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ। ଜଟଣୀ ଅଗ୍ନିଶମ ବାହିନୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି 40ଫୁଟ ଗଭୀର କୁଅ ଭିତରେ ପଡିଯାଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ lକୂଅରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଥିଲା। ଚିକିତ୍ସା ପରେ ବୃଦ୍ଧା ଜଣକ ସୁସ୍ଥ ଥିବା ଜଣାପଡିଛି।