ବ୍ୟୁରୋ: କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ପଞ୍ଚମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା କବିସୂର୍ଯ୍ୟନଗର ବ୍ଲକ ଛକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସୁମନୁ କୁମାର ଚର୍ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୀତାରାମ ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠୀ, ସମାଜସେବୀ ରାମ ପ୍ରସାଦ ମହାରଣା, ସମାଜସେବୀ ବୁଲୁ ପାଣିଗ୍ରାହୀ, ଡ. ସୁରେନ୍ଦ୍ରନାଥ ସାହୁ, ଦିବାକର ସତପଥ ପ୍ରମୁଖ ଯୋଗଦେଇଥିଲେ।
ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ସମ୍ବର୍ଦ୍ଧିତ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଂଘର କାର୍ଯ୍ୟକାରୀ ସଭାପତି ବାଲ୍ମୀକି ବିଷୋୟୀ, ଉପ ସଭାପତି ପୁନାଲ ଜେନା, ଚନ୍ଦନ ଜେନା, ପ୍ରସାନୁ କୁମାର ଚର୍ବି, ହେନା ବଳିଆରସିଂହ, ସଂଘମିତ୍ରା ଚର୍ଜି, ଡଃ. ସତ୍ୟନାରାୟଣ ପାତ୍ର, ଅଭିମନ୍ୟୁ ନାହାକ, ସନ୍ତୋଷ କୁମାର ଗୌଡ, ମନୋଜ କୁମାର ପୃଷ୍ଟି, ମନୋଜ କୁମାର ଜେନା, ବିଷ୍ଣୁ ପ୍ରସାଦ ପୋଲେଇ, ଅଶୋକ ଜେନା, ମୁକେଶ ଜେନା, କିସାନ ସାହୁ, ବିନାୟକ ବେହେରା, ବିନାୟକ ଗୌଡ, ମହନ୍ଧର ସାହୁ, ମନୋଜ ପ୍ରଧାନ, ଦିଗାମ୍ବର ସାହୁ, କିରଣ ଦାସ, ଲିପନ ନାୟକ, ଗୋବିନ୍ଦା ପାତ୍ର, ସବିତା ପ୍ରଧାନ, ମୁନି ଶତପଥୀ, ଦିବ୍ୟାନି ମାର୍ଥା, ଜାନକି ନାହାକ, ସୃତିକ ବେହେରା, ରବିନ୍ଦ୍ର ପାତ୍ର, ରବିନ୍ଦ୍ର ବିଷୋୟୀ, ରାଜେନ୍ଦ୍ର ମହାରଣା, ସମରଜିତ ଦଳାଇ, ମଣ୍ଟୁ ସେଠୀ, ରଞ୍ଜନ ନାହାକ, ନବୀନ ନାହାକ, ଧବଳେଶ୍ବର ସାହୁ, ସୁରେଶ ଜେନା, ଶଙ୍କର ପ୍ରସାଦ ପାଣିଗ୍ରାହି, ରାଜେଶ ମହାରଣା, ସଚିନ୍ ଜେନା, ଟୁକୁନା ଜେନା, ରାହୁଲ ସାହୁ, ସୁଶାନୁ ପ୍ରଧାନ,ରାଜକୁମାର କହଁର, ଅନିଲ ଚର୍ଜି, ସଞ୍ଜୟ ଡାକୁଆ, ପ୍ରଶ୍ନ ଜେନା, ପିଣ୍ଡୁ ସେଠୀ, ପ୍ରସନ୍ନ ତ୍ରିପାଠୀ, ଦିପକ ଦାସ, ବିକ୍ରମ ବିଷୋୟୀ, ସିଏଚ ଚନ୍ଦନ, ବୁଲୁ ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।