Advertisement

ବ୍ୟୁରୋ, ୦୬/୦୮: ପୁଣି ଜଣେ ଯୁବତୀ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେବା ଘଟଣା ଏବେ ସାମ୍ନାକୁ ଆସିଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳର ଜଣେ ଯୁବତୀ ଆଜି ଘରେ କେହି ନଥିବା ସମୟରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ଯୁବତୀ ଜଣକ କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଯୁବତୀଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି ଝିଅର ପୁରୁଷ ବନ୍ଧୁ ତାଙ୍କ ଝିଅକୁ ବ୍ଲାକମେଲିଂ କରୁଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରି ଧମକ ଦେଉଥିଲା। ଏହାକୁ ନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ କରିଥିଲେ। ଯୁବତୀଙ୍କ ପୋଡିଯିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳ, କେନ୍ଦ୍ରାପଡ଼ା ଏସପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *