Advertisement

ବ୍ୟୁରୋ: ଖୋର୍ଦ୍ଧା ଗୋଡ଼ିପୋଖରୀ ବ୍ରହ୍ମକୁମାରୀ ସେବା କେନ୍ଦ୍ର ପରିସରରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମକୁମାରୀ ଅନୁରାଧା ଭଉଣୀଙ୍କ ସଂଯୋଜନାରେ ଉତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପ କାରାଗାର ଅଧୀକ୍ଷକ ରାଜୀବ କୁମାର ଦାସ ଯୋଗ ଦେଇଥିଲେ।ବ୍ରହ୍ମକୁମାର ଜୟକୃଷ୍ଣ ଭାଇ ଦୀପାବଳିର ଆଧ୍ୟାତ୍ମିକ ରହସ୍ୟ ଶୁଣାଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଶେଷରେ ସମସ୍ତେ ଦୀପ ଧରି  କାମ, କ୍ରୋଧ, ଲୋଭ, ଅହଙ୍କାର, ଈର୍ଷା, ତ୍ୟାଗ କରିବାକୁ ଶପଥ ନେଇଥିଲେ।

Advertisement

Leave a Reply

Your email address will not be published. Required fields are marked *