ଖୋର୍ଦ୍ଧା, ୧୦/୫: ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ସାଂଗଠନିକ ଵୈଠକ ଓ ବନ୍ଧୁ ମିଳନ କର୍ଯ୍ୟକ୍ରମ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧକ୍ଷତାରେ, କୁମାରବସ୍ତ ‘ମା’ ବାଉତୀ’ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଜଟଣୀ, ବାଲୁଗାଁ, ଚିଲିକା, ବାଣପୁର, ବେଗୁନିଆ, ବୋଲଗଡ଼, ଟାଙ୍ଗି ଅଞ୍ଚଳରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ସଭ୍ୟ ଯୋଗ ଦେଇଥିଲେ। ସଂଘର ଆଗାମୀ ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କ ରେ ସଭ୍ୟମାନେ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ । ସଂଗଠନ କୁ ତୃଣମୂଳ ସ୍ତରରୁ କିପରି ସଦୃଢ଼ କରାଯାଇ ପାରିବ ସେଥିପ୍ରତି ସମସ୍ତ ସଭ୍ୟ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ସଭାପତି ପ୍ରକାଶ କୁମାର ହାତୀ ନିଜ ବକ୍ତବ୍ଯ ରେ କହିଥିଲେ ।

