ବ୍ୟୁରୋ: ଚିଲିକାରେ ବଢି ଚାଲିଛି ଦିନକୁ ଦିନ ବିଦେଶୀ ପକ୍ଷୀ ମାନଙ୍କର ଶିକାର । ବନ୍ୟପ୍ରାଣୀ ବିଭାଗ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାରେ ହୋଇଛି ବିଫଳ। ଗୋଟିଏ ମାସ ନ-ପୁରୁଣୁ ବସ୍ତା-ବସ୍ତା ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ । ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ବଦଳରେ, ପକ୍ଷୀ ଶିକାର ପରେ ଶିକାରୀଙ୍କୁ ଧରି, ମୃତ ପକ୍ଷୀଙ୍କୁ ଜବତ କରି ପ୍ରଶଂସା ସାଉଁଟିବାରେ ବ୍ୟସ୍ତ ରହିଛନ୍ତି ବନ୍ୟପ୍ରାଣୀ କର୍ମଚାରୀ। ପକ୍ଷୀ ଶିକାରୀମାନେ ଚିଲିକାରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଛନ୍ତି ଏବଂ ସେହି ବିଦେଶୀ ପକ୍ଷୀଙ୍କୁ ବିକ୍ରୀ ଉଦେଶ୍ୟରେ ବିଭିନ୍ନ ସ୍ଥାନକୁ ସପ୍ଲାଇ କରୁଛନ୍ତି ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ମୁଖ୍ୟ ଅମ୍ଲାନ କୁମାର ନାୟକ ।