Advertisement

ଜଟଣୀ, ୧୦/୫: ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନ ନିକଟରେ ଠିଆ ହୋଇଥିବା ଏକ କୋଇଲା ୱାଗନ ଉପରେ ଚଢିଥିବା ଜଣେ ଯୁବକ ‘ଓଭର ହେଡ଼ ଇଲେକ୍ଟ୍ରି’ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ବିହାରର ଶେଖ ଇସରାଫିନ । ସେ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିବା କାରଣରୁ ଯୁବକଙ୍କ ଶରୀରର ଅଧିକାଂଶ ଜାଗା ପୋଡିଯାଇଛି। ପ୍ରଥମେ ଯୁବକଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧାରୋଡ଼ ଆରପିଏଫ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *