Advertisement

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଉଇ ହୁଙ୍କା ମୂଳେ ପୂଜା କରି ନାଗ ଚତୁର୍ଥୀ ପାଳନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଅମାବାସ୍ୟା ର ତିନି ଦିନ ପରେ ନାଗ ଚତୁର୍ଥୀ ପଡିଥାଏ।

ଆଜି ଭୋରୁ ବ୍ରତଧାରୀ ମାନେ ନିଜର ନିତ୍ୟକର୍ମ ସାରି ସକାଳୁ ସକାଳୁ ଜଟଣୀର ବିଭିନ୍ନ ଉଇ ହୁଙ୍କା ମୂଳକୁ ଯାଇ ସେଠାରେ  ନାଗ ଦେବତାଙ୍କୁ ପୂଜା କରିଥିଲେ। ଉଇ ହୁଙ୍କାରେ ହଳଦୀ, ଚନ୍ଦନ, ସିନ୍ଦୁର, ଫୁଲ, ପରେ କ୍ଷୀର ଓ ଅଣ୍ଡା ଦେଇ ପୂଜା କରିଥିଲେ। ପରେ ବିଭିନ୍ନ ଫଳ କୁ ନାଗ ଦେବତାଙ୍କୁ ଭୋଗ ଲାଗେଇଥିଲେ।

ବିଶ୍ୱାସ ରହିଛି ନାଗ ଚାତୁର୍ଥୀ ପାଳନ କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳିବା ସହ ଘରକୁ ଶାନ୍ତି ଆସିଥାଏ ।

Advertisement

Leave a Reply

Your email address will not be published. Required fields are marked *