ବ୍ୟୁରୋ,୨୧/୦୨: କୂଅରେ ପଡି ୩ ବର୍ଷର ଶିଶୁ ମୃତ୍ୟୁ ଘଟିଛି।  ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର  ବ୍ଲକ ଖତିଆଗ୍ରାମର ଭଞ୍ଜସାହିରେ  । ମୃତକ ଶିଶୁ ଜଣଙ୍କ ହେଲେ ସାହିଲ ବରାଡ଼ । ସୂଚନା ଅନୁସାରେ ପ୍ରଭାତ କୁମାର ବରାଡ଼ଙ୍କ ପୁଅ ସହିଲ ଗତ କାଲି ଦିନ ୧୧ଟା ସମୟରେ ଘର ପାଖ କୂଅ ନିକଟରେ ଖେଳୁଥିବା ବେଳେ ଗୋଡ଼ ଖସିଯାଇଥିଲା । ସେହି ସମୟରେ କେହି ସେଠାରେ ନ ଥିବାରୁ ପିଲାଟି କୂଅ ଭିତରେ ବୁଡି ଯାଇଥିଲା। କିଛି ସମୟ ପରେ ପରିବାର ଲୋକେ ଖୋଜା ଖୋଜି କରିବା ବେଳେ କୂଅ ଭିତରେ ସାହିଲ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ରଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ସେଠାରେ ଡାକ୍ତର  ସହିଲ କୁ ମୃତ ଘୋଷଣା କରିଥିଲେ  ।

Leave a Reply

Your email address will not be published. Required fields are marked *