ବ୍ୟୁରୋ: ମଣିଷ ପାଇଁ ଅକ୍ସିଜେନ୍ର ନିହାତି ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ କଳକାରଖାନା, ଆପାର୍ଟମେଣ୍ଟ ଆଦି ତିଆରି କରିବାକୁ ଜଙ୍ଗଲ କଟାଯାଉଛି! ଏହାଦ୍ବାରା ବାୟୁମଣ୍ଡଳରେ ଅକ୍ସିଜେନ୍ ସ୍ତର ପ୍ରଭାବିତ ହେଉଛି। ପରିବେଶ ସୁରକ୍ଷା ଓ ତାର ଯତ୍ନ କୁ ବିଷୟକୁ ନେଇ ଡିସେମ୍ବର ୨୦ ତାରିଖରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ଅକ୍ସିଜେନ୍’ ।
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ସମ୍ବିତ ଓ ତମନ୍ନାଙ୍କୁ। ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଡା. ରଶ୍ମିରଞ୍ଜନ ପଣ୍ଡା। ଶିବ ପ୍ରସାଦ ପଣ୍ଡାଙ୍କ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମରେ ଦର୍ଶକ ରୋମାନ୍ସ, କମେଡିର ଓ ଇମୋସନ ର ଭରପୁର ମଜା ନେବେ।
ନିର୍ଦେଶକ ପିନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସ୍ୱର ସଂଯୋଜକ କରିଛନ୍ତି ଅଭିଜିତ୍ ମଜୁମଦାର। ଫିଲ୍ମରେ ସମ୍ବିତ, ତମନ୍ନା, ବବି ମିଶ୍ର, ଉମାକାନ୍ତ ମୁଦୁଲି ପ୍ରମୁଖଙ୍କୁ ଦେଖିବାକୁ ମିଳିବ।