Advertisement

ବ୍ୟୁରୋ: ଜଟଣୀ ଲୟାର୍ସ ଆସୋସିଏସନ୍ ପକ୍ଷରୁ ଜଟଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ, ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଲଗାଯାଇଛି। ଆସୋସିଏସନର କର୍ମକର୍ତ୍ତା, ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ହରିଡା, ବାହାଡ଼ା, ସାହାଡ଼ା, ଅଁଳା, ଲିମ୍ବ, ବାଦାମ,ବଉଳ, ଶିଶୁ ଆଦି ଗଛର ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର ଅତିଥି ଭାବେ ଯୋଗଦେଇ କହିଥିଲେ ବୃକ୍ଷ ଆମର ଜୀବନ। ବର୍ତ୍ତମାନ ଯେଉଁଭଳି ଜଳବାୟୁରେ ପରିବର୍ତ୍ତନ ଦେଖା ଦେଇଛି, ତାହାକୁ ନିୟନ୍ତ୍ରଣ କରିବାକୁ ହେଲେ ଆମେ ସମସ୍ତେ ମିଶି ଗଛ ଲଗେଇ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଜଟଣୀ ଲୟାର୍ସ୍ ଆସୋସିଏସନର ସଭାପତି କାହ୍ନୁଚରଣ ପ୍ରଧାନ, ସମ୍ପାଦକ ଅରୁଣ କୁମାର ସାହୁ, କୋଷାଧକ୍ଷ ରିତେଶ ଶର୍ମା , ସୁଶିଲ କୁମାର ମହାନ୍ତି, ଆଶୁତୋଷ  ରାୟ, ମଧୁସ୍ମିତା ନାୟକ, ଆଶିଷ ମହାପାତ୍ର, ଅରବିନ୍ଦ ସାହୁ, ଚକ୍ରଧର  ରଥ , ଅକ୍ଷୟ କୁମାର ସାହୁ ଶିବ ପ୍ରସାଦ ରଥ ପ୍ରମୁଖ ଏହି ବୃ୍କ୍ଷରୋପଣ କାର୍ଯକ୍ରମକୁ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *