Advertisement

ବ୍ୟୁରୋ: ଜଟଣୀ ଏନ୍.ଡ଼ି.ଆର୍.ସି.  ହାଇସ୍କୁଲ ପରିସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜା ୟୁଏଲ୍ ଫାୟାର ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ଏମ୍ ଡି ପରଵେଶ୍ ହାଇଦରଙ୍କ ନେତୃତ୍ୱରେ ବିଦ୍ୟାଳୟରେ ବହୁ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଖେଳ ଶିକ୍ଷୟିତ୍ରୀ ସାଧନା କୁମାରୀ ନାୟକ, ଦେବୀ ପ୍ରସାଦ ପଟ୍ଟନାୟକ, ସମାଜସେବୀ ହଵିବୁର ରେହେମାନ ଯୋଗଦେଇଥିଲେ। ଟ୍ରଷ୍ଟର ସଭାପତି ବାସୁଦେବ ସେଠୀ, ବୃନ୍ଦାବନ ସୁବୁଦ୍ଧି, ମାନସ ରଞ୍ଜନ ବାରିକ, ରମେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷି ଜାଲି, ଗୀତାଞ୍ଜଳି ସେଠୀ, ଏମ୍ ଡି ରିଜୁୟାନ୍ , , ଜି ସୁମନ ରାଓ, ସୌମ୍ୟରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *