ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମୋ ପରିବାର” ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।
ଅନୁଷ୍ଠାନର ସଦସ୍ୟା ଭଉଣୀ ରାଣୀ ମହାରଣା, ସୁଜେନ, ଗୁଗୁଲି, ଡୁଡୁଲୀ, ମାମାଲି, କୁନି, ଦିଶା, ଇଷା ଅନୁଷ୍ଠାନର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ ପ୍ରଥମେ ରାଖୀ ବାନ୍ଧିଥିଲେ। ପରେ ଅନ୍ୟ ସଦସ୍ୟ ମାନଙ୍କୁ ରାଖୀ ବାନ୍ଧିବା ସହ ବିଭିନ୍ନ ଅନୁଷ୍ଠାନକୁ ଯାଇ ସେଠାରେ ରାଖୀ ବାନ୍ଧିଥିଲେ। ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ କାଦମ୍ବିନୀ ଓ ମାନେଶ୍ୱରୀ କାଦମ୍ବିନୀ ଦୁଇ ଭଉଣୀ ଜଟଣୀ ସହରରେ ରହୁଥିବା ବିଭିନ୍ନ ଅସହାୟ ବ୍ୟକ୍ତି , ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ, ଆରପିଏଫ କର୍ମଚାରୀ, ଆଶାକିରଣରେ ରହୁଥିବା ବୃଦ୍ଧବୃଦ୍ଧା ମାନଙ୍କୁ ରାଖୀ ବାନ୍ଧି ତାଙ୍କର ଆଶ୍ରିବାଦ ନେଇଥିଲେ। ଜଟଣୀ ବ୍ରହ୍ମକୁମାରୀ ଆଶ୍ରମର ଭଉଣୀ ମାନେ ଆଶ୍ରମକୁ ଆସିଥିବା ଭାଇ ମାନଙ୍କ ହାତରେ ରାଖୀ ବାନ୍ଧିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ କୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ହାତରେ ରାଖୀ ବାନ୍ଧିଥିଲେ।