ବ୍ୟୁରୋ: ଜଟଣୀର ସର୍ବ ପୁରାତନ ୧୦୯ ବର୍ଷର ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ଶିକ୍ଷା ସଚିବ ପ୍ରଫେସର ଅରୁଣ ରଥ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ହରେକୃଷ୍ଣ ମହାପାତ୍ର, ରେଳବାଇ ସ୍କୁଲ ଶିକ୍ଷୟିତ୍ରୀ ଅନୀତା ବେହେରା ଯୋଗ ଦେଇଥିଲେ।

ବିଦ୍ୟାଳୟର ପୁରାତନ ଛାତ୍ର ରଞ୍ଜିତ ଦାସ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ରୋଜା ର ସାଧାରଣ ସଂପାଦିକା ପ୍ରଣତି ସ୍ଵାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନେ ସମୟାନୁବର୍ତୀତାକୁ ଅବଲମ୍ବନ କରି ଶୃଙ୍ଖଳିତ ହେବା ପାଇଁ ଅତିଥିମାନେ ଉପଦେଶ ଦେଇଥିଲେ । ଛାତ୍ର, ପିତାମାତା ଓ ଶିକ୍ଷକଙ୍କ ଭିତରେ ଉତମ ସଂପର୍କ ରହିଲେ ବିଦ୍ୟାର୍ଥୀର ଉନ୍ନତି ସାଧନ ହୋଇପାରିବ ବୋଲି ଶିକ୍ଷାବିତ୍ ମହାପାତ୍ର କହିଥିଲେ । ଏହି ଅବସରରେ ରୋଜାର ସ୍ମରଣିକା ‘ଆମ ସ୍କୁଲ’ ଉନ୍ମୋଚିତ ହୋଇଥିଲା। ୫୦ ବର୍ଷ ତଳେ ମାଟ୍ରିକ ପରୀକ୍ଷା ଦେଇଥିବା ୧୯୭୪ ମସିହାର ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ତତ୍‌ସହିତ ରେଳବାଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବନ୍ଧିତ କରାଯାଇଥିଲା । ୧୯୭୯ ମସିହାର ପୁରାତନ ଛାତ୍ର ଉଦ୍ଭାବକ ପ୍ରଶାନ୍ତ ମହାପାତ୍ରଙ୍କ ଦ୍ଵାରା ଶକ୍ତି ସଂରକ୍ଷଣ ଉପରେ ଗ୍ଲୋବାଲ୍ ବଏଲିଂ ଓ ଏହାର ନିରାକରଣ ଉପରେ ପରୀକ୍ଷା ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।

ରେଲୱେ ସ୍କୁଲ ଓ ଜଟଣୀର ଅନ୍ୟ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ, ଡାକ୍ତର ଗୌରୀ ସିଂ, ବିନୋଦ ମିଶ୍ର, ରାଧାମୋହନ ପଟ୍ଟନାୟକ, ଡାକ୍ତର ସଞ୍ଜୟ ଦାସ, ଡ. ତପନ ମିଶ୍ର, ସୁନୀଲ ପାଢ଼ୀ, ସୁବ୍ରତ ପଣ୍ଡା, ମଳୟ ମହାନ୍ତି, ପ୍ରଦୀପ ପଟ୍ଟନାୟକଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉତ୍ସବରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *