Advertisement

ବ୍ୟୁରୋ: ଓଡ଼ିଶାର ପ୍ରତିଷ୍ଠିତ କଳା, ସଂସ୍କୃତି ଭିତ୍ତିକ ସାଂସ୍କୃତିକ ଅନୁଷ୍ଠାନ “ସାଧନା ଆର୍ଟ ଆଣ୍ଡ କଲଚର ” ପୋଖରୀପୁଟ ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ 78ତମ ସାଧିନତା ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା ଅନୁଷ୍ଠାନର କର୍ମକର୍ତ୍ତା ମାନେ  ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ।

ଅନୁଷ୍ଠାନର ଚାରୁକଳା ବିଭାଗର ଛାତ୍ର ଛାତ୍ରୀଙ୍କ ମଧରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଗୀତ ଓ ଚାରୁକଳା ବିଭାଗର ଗୁରୁ ସୁଧାଂଶୁ କୁମାର ବିଶ୍ବାଳ ପରିଚାଳନା କରିଥିବାବେଳେ ସୁଦର୍ଶନ ସାହୁ, କାର୍ଯ୍ୟକାରୀ କମିଟିର ସଦସ୍ଯ ସରୋଜ ମିଶ୍ର, ଶୁଭେନ୍ଦୁ ବିଶ୍ବାଳ ,ସୁଲୋଚନା ଜେନା ,ସଂଗୀତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *