ବ୍ୟୁରୋ: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଉଦ୍‌ଘାଟନ କରିଥିଲେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ପଣ୍ଡା । ଶିଶୁମାନେ ମନରେ ବୈଜ୍ଞାନିକ ହେବା ଚିନ୍ତାଧାରା ନେଇ ପାଠ ପଢିଲେ ନିଶ୍ଚିତ ସଫଳତା ପାଇବେ ବୋଲି ନିଜ ଭାଷଣରେ କହିଥିଲେ ଶ୍ରୀ ପଣ୍ଡା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ପରିଚାଳନା ସମିତିର ଉପସଭାପତି ସରୋଜ କୁମାର ବଳିୟାରସିଂହ ଅଧ୍ଯକ୍ଷତା ଅଭିଭାଷଣ ରଖିଥିଲେ ।

ଏହି ଜ୍ଞାନ ବିଜ୍ଞାନ ମେଳାରେ ସମୁଦାୟ ୨୫୦ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ମୃତ୍ତିକଳା, ଲୋକନୃତ୍ୟ, ପତ୍ର , ବୈଦିକ ଗଣିତ, ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ପ୍ରୟୋଗ, ନିବନ୍ଧ ପ୍ରତିଯୋଗିତା ଆଦିରେ ଅଂଶଗ୍ରହଣ କରି ୧୭୦ ଜଣ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମେଳାର ବିଚାରକ ଭାବେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଶୁନୀ କୁମାର ଦାସ, ନିରୋଦ କୁମାର ଦାସ, ଭାରତୀ ବେହେରା, ନିହାରୀକା ମୁଦୁଲି, ଅଭିଲିପ୍‌ସା ପ୍ରିୟଦର୍ଶନୀ ଯୋଗଦେଇଥିଲେ।

ମେଳାର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଖୋର୍ଦ୍ଧାର ଅଦ୍ଵୈତ ପ୍ରସାଦ ବଳୀୟାରସିଂହ ଯୋଗଦେଇଥିଲେ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ବିଷ୍ଣୁ ପ୍ରସାଦ ରାଉତ ବିଜ୍ଞାନ ମେଳାର ବିବରଣୀ ପଠନ କରିଥିବାବେଳେ ମଞ୍ଚ ପରିଚାଳନା ହୃଷୀକେଶ ବେହେରା କରିଥିଲେ।  ଶେଷରେ ବରିଷ୍ଠ ଆଚାର୍ଯ୍ୟ କୁଳମଣି ପାଇକରାୟ ଧନ୍ୟବାଦପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ମେଳା ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *