ବ୍ୟୁରୋ, ୨୦/୦୨: ଜଟଣୀ ଗୋପୀନାଥପୁର ସ୍ଥିତ ସୋଷାଇଟ ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନର ଶିକ୍ଷ୍ୟା ସଂଯୋଜନା ଶିବିରର ଅନ୍ତିମ ସମାରୋହ ଉତ୍ସବ ମଙ୍ଗବାର ପାଳିତ ହୋଇଯାଇଛି l ଉକ୍ତ ଶିବିରରେ  ପଚିଶ ଜଣ ଶିଶୁ  ଯୋଗଦେଇଥିଲେ। ଯେଉଁ ଶିଶୁମାନେ ଅଧାରୁ ପାଠ ଛାଡ଼ିଦେଇଥିଲେ ଓ ଅନେକ ଶିଶୁ ବୟସ ହେବା ସତ୍ବେ ମଧ୍ୟ ବିଦ୍ୟାଳୟରେ ନାମ ପଞ୍ଜୀକୃତ କରିନଥିଲେ, ସେମାନଙ୍କୁ ସୋଚ୍ ଅନୁଷ୍ଠାନ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଭୁବନେଶ୍ୱର ର ବିଭିନ୍ନ ବସ୍ତିରୁ ଶିଶୁ ମାନଙ୍କୁ ଆଣି  ଉକ୍ତ ଶିବିର ରେ ରଖି ଶିକ୍ଷା ଦିଆଯାଉଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ଅଭୟ କୁମାର ନାୟକ (କୁଳ ସଚିବ ନାଇଜର) , ସମ୍ମାନିତ ଅତିଥି ଭାବେ ସୁରଜ୍ କୁମାର ରାଜ ( ଡାଇରେକ୍ଟର ରାଜ୍ ଏଣ୍ଟରପ୍ରାଇଜର୍ସ) , ଅନ୍ୟ ଅତିଥି ଭାବେ ସମରେନ୍ଦ୍ର ଶାହୁ ( ଆଈ. ଇ. ଇସ୍ , ଆଡଭାଇସର୍ ଶୋଚ୍) , ଶ୍ରୀମତୀ ମଧୁମିତା ଦାସ , ସୁରେଶ କୁମାର (ଗୁଞ୍ଜ୍ ଷ୍ଟେଟ୍ ହେଡ଼) ,  ସନ୍ତୋଷ କୁମାର ଦାସ ଓ ମନୋଜ କୁମାର ସ୍ୱାଇଁ ଫାଉଣ୍ଡର, ସୋଚ୍  ପ୍ରମୁଖ ଯୋଗ ଦେଇଥିଲେ। ସମାଜର ମୁଖ୍ୟ ସ୍ରୋତକୁ ଫେରିବା, ଉଜ୍ଜଳ ଭବିଷ୍ୟତ ଓ ସଫଳତା ହାସଲ ନିମନ୍ତେ ପିଲା ଓ ତାଙ୍କ ଅଭିଭାବକ ମାନଙ୍କୁ  ଅତିଥିମାନେ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର କାର୍ଯ୍ୟକର୍ତ୍ତା  ରଂଜନ କୁମାର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ ଇନଚାର୍ଜ- ରୋଜାଲିନ ବେହେରା ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ. ସୌମ୍ୟ କାନ୍ତ ମିଶ୍ର ପିଲା ମାନଙ୍କୁ ବହୁ ଉପାଦେୟ କଥା କହିଥିଲେ।  ଶେଷରେ ପ୍ରୋଗ୍ରାମ ପରିଚାଲନା ମୁଖ୍ୟ ଲକ୍ଷ୍ମୀପ୍ରିୟା ସିଂ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *