Advertisement

ବ୍ୟୁରୋ: ଖୋର୍ଦ୍ଧା ବନ ବିଭାଗ ଡିଭିଜନ ଅଧିନ ରଣପୁର ବନ ବିଭାଗ ରେଞ୍ଜ ଅଞ୍ଚଳର ମୟୁରଝାଲିଆ ଗାଁର ବରବରାଝର ନିକଟସ୍ଥ ସାହାଡ଼ା ଜଙ୍ଗଲ ମଧ୍ୟରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଛି । ମୃତ ହାତୀ ଶାବକର ବୟସ ୨/୩ ମାସ ହେବ ବୋଲି ଜଣା ପଡ଼ିଛି। ତେବେ କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ହାତୀ ଶାବର ମୃତଦେହକୁ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରଣପୁର ବନ ବିଭାଗ ପକ୍ଷରୁ କୁହାଯାଇଛି । ରଣପୁର ବନ ବିଭାଗର ଦାଇତ୍ଵ ହୀନତା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *