ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ବଜରଙ୍ଗ ଦଳ ଟାଙ୍ଗୀ ଶାଖା ପକ୍ଷରୁ ସୌର୍ଯ୍ୟ ଦିବସ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଦସ୍ୟମାନେ ବିରାଟ ମଶାଲ ଶୋଭାଯାତ୍ରାରେ ଟାଙ୍ଗୀ ନଗର ପରିକ୍ରମା କରିଥିଲେ ।

୧୯୯୨ ମସିହା ଗୀତା ଜୟନ୍ତୀ ଅବସରରେ ଉତ୍ତରପ୍ରଦେଶରେ ହଜାର ହଜାର କର ସେବକମାନେ ଯେଉଁଭଳି ଭାବେ ବେଆଇନ ବାବ୍ରି ମସଜିଦକୁ ଭାଙ୍ଗିଥିଲେ ସେଦିନର ଉକ୍ତ କର ସେବକମାନଙ୍କ ସୌର୍ଯ୍ୟକୁ ମନେପକାଇବା ପାଇଁ ସୌର୍ଯ୍ୟ ଦିବସ ପାଳନ ହେଉଛି। ଟାଙ୍ଗୀ ପ୍ରଖଣ୍ଡ ସଂଯୋଜକ – ରାଜେଶ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ସମରଜିତ ଜେନା ଓ ଆଶିଷ ଅଗ୍ରୱାଲଙ୍କ ନେତୃତ୍ୱରେ ରଣଜିତ ପାଟଶାଣୀ , ସାଗର ପଲେଇ , ରାଜବଂଶ ଇନ୍ଦ୍ରଜିତ , ରାକେଶ ବିଶ୍ୱାଳ , ସମ୍ବିତ ପ୍ରୀୟଦର୍ଶୀ , ସୂର୍ଯ୍ୟ ପାହାଡ଼ସିଂ , ସମ୍ବିତ କୁମାର ବେହେରା , ଦୀପୁ ପ୍ରଧାନ , ସୁକାନ୍ତ ସୁବୁଦ୍ଧି , ସିଦ୍ଧାର୍ଥ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *