ବ୍ୟୁରୋ: ବାଲେଶ୍ଵର ବହାନାଗା ନିକଟରେ  ହୋଇଛି ଭୟଙ୍କର ଟ୍ରେନ ଦୁର୍ଘଟଣା। ଏଥିରେ ୨୩୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ  ଶୁକ୍ରବାର ସନ୍ଧ୍ୟା୭ଟା ସମୟରେ ବାହାନାଗା ରେଲୱେ ଷ୍ଟେସନର ଉତ୍ତର କ୍ୟାବିନ ନିକଟରେ ଏକ ମାଲବାହୀ ଟ୍ରେନ ଛିଡା ହୋଇଥିବା ବେଳେ ହାୱଡା ପଟୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତାକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ପରେ ଭୁବନେଶ୍ୱର ପଟୁ ଯାଉଥିବା ଯଶୋବନ୍ତପୁର ହାୱଡା ଏକ୍ସପ୍ରେସ ସହ ଧକ୍କା ହୋଇଥିଲା।

ସ୍ଥାନୀୟ ଲୋକମାନଙ୍କ ସହ ପ୍ରଶାସନ ମିଶି ଆହତ ଲୋକମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲେଶ୍ଵର, ସୋର, ଭଦ୍ରକ ସହ କଟକ ବଡ଼ ମେଡିକାଲ ରେ ଭର୍ତ୍ତି କରୁଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ ଟିମ୍, 100ଟି ଆମ୍ବୁଲାନ୍ସ, ୨୦ଟି ଅଗ୍ନିଶମ ବାହିନୀ ଓ ୫୦ଟି ବସ୍ ନିୟୋଜିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *