ଜଟଣୀ, ୨୯/୧୧: ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ଜଟଣୀ ମହାବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଟଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତର ବିକାଶ ଦିଗରେ ଯୁବ ସମାଜ ମାନଙ୍କର ପ୍ରତିଭାକୁ ବିକଶତ କରି ରାଷ୍ଟ୍ର ନିମିତ୍ତ ସମର୍ପିତ ହେବାପାଇଁ ଯୁବ ସମାଜକୁ ଆହ୍ୱାନ କରିଥିଲେ । ଗୋଷ୍ଠୀ ଶିକ୍ଷାଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଛାତ୍ରଛାତ୍ରୀ ମାନେ ପ୍ରତିଭାର ବିକାଶ ସହିତ ଚେତନାକୁ ଜାଗ୍ରତ କରିବାର ଆବଶ୍ୟକତା ଦରକାର ବୋଲି କହିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଇଂଜିନିୟର କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ ଯୋଗଦେଇ କହିଥିଲେ ଛାତ୍ରଛାତ୍ରୀ ସକରାତ୍ମକ ମାନଭାବ ନେଇ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵପ୍ନରାଣୀ ମଲ୍ଲିକ ଯୁବ ମହୋତ୍ସବର ତାତ୍ପର୍ଯ୍ୟ ବିଷୟରେ କହିଥିଲେ। ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପୂର୍ଣଚନ୍ଦ୍ର ବେହେରା  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଜଟଣୀ ବ୍ଳକ ଓ ମହାବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ମୋ ଭାରତ ପୋର୍ଟାଲରେ ରେଜିଷ୍ଟ୍ରସନ କରି ୭ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜଟଣୀ ମହାବିଦ୍ୟାଳୟର ତପସ୍ୟା ସାହୁ ବକ୍ତୃତା, ସିଦ୍ଧାର୍ଥ ଦାସ କବିତା ଲିଖନ, ଇତିଶ୍ରୀ ଦାସ ଗଳ୍ପ ଲିଖନରେ ପ୍ରଥମସ୍ଥାନ ଅଧିକାର କରିଥିଲେ । ବିଜ୍ଞାନ ମେଳାରେ ଜଟଣୀ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ରାଙ୍କନରେ ମଦନପୁର ମହାବିଦ୍ୟାଳୟ ର ଛାତ୍ର ସନାତନ ହରିଚନ୍ଦନ ପ୍ରଥମସ୍ଥାନ ଅଧିକାର କରିଥିଲେ। ଡ. ରଶ୍ମିତା ନାୟକ ଓ ଟୁଲୁ ଦେଇ ମଞ୍ଚ ପରିଚାଳନା କରିଥିଲେ। ଡ. ଅନୁପ କୁମାର ମହାନ୍ତି, ଡ. ତପନ ମିଶ୍ର, ଡ. ପି.କେ. ପାଣିଗ୍ରାହୀ, ଡ. ପୁଷ୍ପାଞ୍ଜଳି ସାମଲ, ଡ. ଅନ୍ତର୍ଯ୍ୟାମୀ ପ୍ରଧାନ, ଅଜୟ କୁମାର ବରାଳ, ଜିତ୍ ରଞ୍ଜନ ମହାପାତ୍ର ଓ ବ୍ଳକର ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଡ. ସୁଶାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *