Advertisement

ଜଟଣୀ: ପରିବେଶର ସୁରକ୍ଷା ଓ ବାୟୁମଣ୍ଡଳର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ, ଆଜି ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଚାରା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଭାପତି ନବୀନ୍ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆଜି ଜଟଣୀ ଜନସାଧାରଣଙ୍କୁ  ପ୍ରଥମ ପର୍ଯ୍ୟାୟରେ ୬୦ଟି ଚାରା ବଣ୍ଟନ କରାଯାଇଛି | ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଂଜନ ବଡଜେନା, ଛଣଘର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ୍ କୁମାର ରାଉତରାୟ, ସତୀଶ୍ ଶର୍ମା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ଉପସଭାପତି ଏମ୍.ଡି କରିମ୍, ସଂଗଠନ ସଂପାଦକ ନୀଲୁ ପଟ୍ଟନାୟକ, ସଂଯୋଜକ ବିଭୁପ୍ରସାଦ ମହାନ୍ତୀ, ବଂଶୀଧର ମଲିକ୍ , ମହେଶ୍ୱର ସାହୁ, ପ୍ରଶାନ୍ତ ବେହେରା, ଜ୍ଞାନରଂଜନ ସାହୁ, ମାନସ କୁମାର ରଥ, ନୀଳାମ୍ବର ମିଶ୍ର କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *