Advertisement

ଜଟଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ଶ୍ରାଦ୍ଧୋତ୍ସବ ଜଟଣୀରେ ପାଳିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ତରଫରୁ ଜଟଣୀ ମିଲ୍ ପୋଖରୀରେ ତିଲତର୍ପଣ କରାଯାଇଥିଲା।

ପରେ ସଂଘଠନର କର୍ମକର୍ତ୍ତା ମାନେ ଗୋପବନ୍ଧୁ ପାର୍କ ଆସି ଉତ୍କଳମଣି ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗୋପବନ୍ଧୁଙ୍କ ଜୀବନୀ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ନୋଟରୀ ଅବନୀ କୁମାର ରାଉତରାୟ, ପୋୖର ପରିଷଦର ନଗରପାଳ ଅନନ୍ତ ବେହେରା, ଶିକ୍ଷାବିତ ଜବହାର ଲାଲ ସୁବୁଦ୍ଧି, ରବି ସ୍ୱାଇଁ, ବିଜୟ ଛୋଟରାୟ, ସୁଦର୍ଶନ ସୁନ୍ଦରାୟ, ସୁରେଶ ଚନ୍ଦ୍ର ରଥ, ରବିନ୍ଦ୍ର ମିଶ୍ର, ସରଙ୍ଗାଧର ବେହେରା, ବିଜୟ ପଣ୍ଡା, ପ୍ରବୀର ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ, ବାସୁଦେବ ସେଠୀ, ବିଜୟାରାମ ମହାନ୍ତି, ଶଶାଙ୍କ ଶେଖର ରାୟ, କିଶୋର ଚନ୍ଦ୍ର ପାଇକରାୟ, ସଞ୍ଜୀବ ସେଠ୍, ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *