Advertisement

ଜଟଣୀ,୩୧/୧୦: ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥିଲା। ସକାଳୁ ମହିଳା ମାନେ ଗୋଶାଳା ରେ ଥିବା ଗୋ ମାତା ମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ, ନୂତନ ବସ୍ତ୍ର ଦେଇ ପୂଜା କରିବା ପରେ ୫୬ ପ୍ରକାରର ଫଳ ଓ ବିଭିନ୍ନ ଖାଦ୍ୟ ଖୁଆଇଥିଲେ।

ଏହି ଅବସରରେ ଗୋଶାଳା ପରିସରରେ ହୋମ, ଭଜନ, ନୃତ୍ୟ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିବରତନ ଯୋଶୀ, ଦିନେଶ ପଟେଲ, ରସିକ ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *