Advertisement

ଜଟଣୀ, ୦୮/୦୮: ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ଜଟଣୀ ଆଦର୍ଶ ବିଦ୍ୟାଳୟ ପରିସରରେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ  ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ୱାଳ, ପୌର ପରିଷଦ ଉପାଧ୍ୟକ୍ଷା ଆରତି ରାଉତ ଯୋଗଦେଇଥିଲେ।

ଜଟଣୀ ବିଧାୟକଙ୍କ ସହ ଅତିଥିମାନେ ବିଦ୍ୟାଳୟ ପରିସରରେ  ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜଟଣୀ ୟୁଥ୍ ଫେଡେରେସନ୍ ସଭାପତି ଅନନ୍ତ ଶତପଥୀ, ସମ୍ପାଦକ ମନମୋହନ ରାଉତରାୟ, କୋଷାଧ୍ୟକ୍ଷ ଶିବ ପ୍ରସାଦ ମହାପାତ୍ର, ସୁଧାଂଶୁ ଶେଖର ସାହୁ , ଦିଲ୍ଲୀପ ସାହୁ, ଦୀପକ ମହାକୁଡ, ପବିତ୍ର ବିଶ୍ବାଳ, ଦୀପକ ଜେନା, ଚିନ୍ମୟ ରଣା, ବିରଞ୍ଚି ନାରାୟଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *