Advertisement

ବ୍ୟୁରୋ: ନବ ଉତ୍କଳର ନିର୍ମାତା ତଥା କଳିଙ୍ଗ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ  ମହାସମାରୋହରେ ପାଳିତ ହୋଇଯାଇଛି। ଡଃ.ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ଅନୁଷ୍ଠାନ ର ସଭାପତି ତଥା ଛତିଶଗଡ଼ ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସମ୍ପାଦକ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବି କିଶୋର କୁମାର ଦାସଙ୍କୁ ମହତାବ ସମ୍ମାନରେ ସମ୍ମାନିତ କରାଯାଇଛି।  ଏହି ସମ୍ମାନ ପାଇଁ ଶ୍ରୀ ଦାସଙ୍କୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମନେ ଶୁଭେଚ୍ଛା ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *