Advertisement

ବ୍ୟୁରୋ:  ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି  ଭାଙ୍ଗିଯାଇଛି।   ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ କରିବା ଫଳରେ ଏହାର ଜଳସ୍ତର ବୃଦ୍ଧି ପାଇଛି। ଯାହାଫଳରେ  ରାଜୁଆ ଓ ଦୟାନଦୀର ସଙ୍ଗମସ୍ଥଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଅସ୍ଥାୟୀ ନଦୀ ରାସ୍ତା ଉପରେ ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲାର ଜନସାଧାରଣ ନିର୍ଭର କରିଥାନ୍ତି।

ପ୍ରତିଦିନ ଏହି ରାସ୍ତା ଦେଇ 20ହଜାରରୁ ଉର୍ଦ୍ଧ ଲୋକ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଭାଙ୍ଗିବା ଫଳରେ ବହୁ ଲୋକ ଏବେ ହଇରାଣ ହେଉଛନ୍ତି। ଲୋକମାନେ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟତ କରିଛନ୍ତି। ନଦୀରେ ଜଳସ୍ତର ବଢୁଥିବାରୁ, ବିପଦ ରହିଛି ଦେଶୀ ଡଙ୍ଗାରେ ଯାତାୟତ କରିବା। କେତେବେଳେ ବି ଘଟିପାରେ କିଛି ଦୁର୍ଘଟଣା।  ସେଥିପାଇଁ ପ୍ରଶାସନ ସଜାଗ ରହିବାର ଆବଶ୍ୟକତା ରହିଛି।

ଭାରତ ସ୍ୱାଧୀନତାକୁ 75 ବର୍ଷ ପୁରିଥିଲେବି ବର୍ତ୍ତମାନ ସୁଦ୍ଧା ପଣ୍ଡିଆବିଲି ଗ୍ରାମକୁ, ଯିବାପାଇଁ ନଦୀ ଉପରେ ବ୍ରିଜ ନିର୍ମାଣ ହୋଇପାରିଲାନାହିଁ। ନିର୍ବାଚନ ଆସିଲେ ବ୍ରିଜ ନିର୍ମାଣ ପାଇଁ ନେତାଙ୍କ ପ୍ରତିଶ୍ରୁତି, ପ୍ରତିଶୃତିରେ ହିଁ ରହିଯାଇଛି। ତେବେ କେବେ ପଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ସ୍ଥାୟୀ ରାସ୍ତା ନିର୍ମାଣ ହେଉଛି, ଆଉ ସୁବିଧାରେ ଜନସାଧାରଣ ଗମନାଗମନ କରୁଛନ୍ତି ତାହାକୁ ଅପେକ୍ଷା।

Advertisement

Leave a Reply

Your email address will not be published. Required fields are marked *