Advertisement

ଭୁବନେଶ୍ୱର, ୨୯/୧୦: ମାଷ୍ଟରକ୍ଯାଣ୍ଟିନସ୍ଥିତ ରେଳ ଷ୍ଟେସନ ସଂପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ କରାଯାଇଛି । ରେଳ ଷ୍ଟେସନର ପୁନଃନବୀକରଣରେ ବାଧା ସୃଷ୍ଟି କରିଥିଲା ବେଆଇନ ଅବରୋଧ ।  ରେଳ ଷ୍ଟେସନ ରୁ ପିକ୍ଅପ ଓ ଡ୍ରପ ଲାଗି ରାସ୍ତା ଏବଂ ଯାତ୍ରୀଙ୍କ ନିମନ୍ତେ ପାର୍କିଂ ସ୍ଥାନ ନିର୍ମାଣ ଲାଗି ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ମଙ୍ଗଳବାର ବିଡିଏ ଏନଫୋର୍ସମେଣ୍ଟର ୬ଟି ଟିମ ପକ୍ଷରୁ ମାଷ୍ଟରକ୍ଯାଣ୍ଟିନସ୍ଥିତ ରେଳ ଷ୍ଟେସନକୁ ଯିବା ରାସ୍ତାରେ ହୋଇଥିବା ବେଆଇନ ଅସ୍ଥାୟୀ ଦୋକାନଗୁଡ଼ିକୁ ହଟାଇ ଦିଆଯାଇଛି । ଏଥିରେ ୫ଟି ହୋଟେଲ, ୨୧ଟି ଫାଷ୍ଟପୁଡ ଷ୍ଟଲ, ୪ଟି ଫଳ ଦୋକାନ, ୧୩ଟି କ୍ଯାବିନକୁ ଭଙ୍ଗାଯାଇଛି  ଉଚ୍ଛେଦରେ ପ୍ରାୟ ୫ ହଜାର ବର୍ଗଫୁଟ ଜମିକୁ ଜବରଦଖଲମୁକ୍ତ କରାଯାଇଛି ।  ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଛି । ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ କନିଷ୍ଠଏନଫୋର୍ସମେଣ୍ଟ ଅଫିସର ସିଦ୍ଧାର୍ଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *