Advertisement

ଖୋର୍ଦ୍ଧା:  ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁଙ୍କ  ତିନି ରଥକୁ ସୋଲ ଫୁଲରେ ସଜେଇବେ ରାଜକିଶୋର। ସୁନ୍ଦର ଦେଖାଯିବ ତିନି ରଥ। ଦୀର୍ଘ ୧୯ବର୍ଷ ଧରି, ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋର ନିୟକ ଯୋଗାଇ ଆସୁଛନ୍ତି ତିନିରଥ ପାଇଁ ସୋଲଫୁଲ।

ଅକ୍ଷୟ ତୃତୀୟ ଠାରୁ ରାଜକିଶୋରଙ୍କ ପୁରା ପରିବାର ନିଷ୍ଠାର ସହ ସୋଲରେ  ନିର୍ମାଣ କରୁଛନ୍ତି ବିଭିନ୍ନ ପ୍ରକାରର ଫୁଲ। ନେତ୍ରୋତ୍ସବରେ ମନ୍ଦିର ପ୍ରଶାସନ ଠାରୁ ଅନୁମତି ନେଇ,  ସୋଲ ଫୁଲକୁ ନେଇ ସଜେଇ ଥାନ୍ତି ତିନି ରଥ। ୨୦୦୪ ମସିହା ଠାରୁ ପ୍ରତିବର୍ଷ ନିଜ ହାତ ତିଆରି ସୋଲଫୁଲ ତିନି ରଥରେ ଖଞ୍ଜି ବେଶ ଆନନ୍ଦିତ ରାଜକିଶୋର ଓ ତାଙ୍କ ପରିବାର।

Advertisement

Leave a Reply

Your email address will not be published. Required fields are marked *