Advertisement

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କୁମ୍ଭାରୀ ଗ୍ରାମର ଦୁଇ ଭାଇଙ୍କୁ କିଛି ଦୃବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଗୁରୁତର ରହିଛି।

ସୂଚନା ମୁତାବକ କୁମ୍ଭାରୀ ଗ୍ରାମର ବିପିନ ରାଉତ ଆଜି ରାଜସୁନାଖାଳା କୁମାରୀ ଛକକୁ କୌଣସି ଏକ କାମରେ ଯାଇଥିବା ବେଳେ ବଜାର ମଝିରେ ହଠାତ କିଛି ଦୃବୁର୍ତ୍ତ ଆସି ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିପିନଙ୍କ ବଡ଼ ଭାଇ ବିକ୍ରମଙ୍କୁ ମଧ୍ୟ ଗାଁ ମଝିରେ ଆକ୍ରମଣ କରାଯାଇଛି । ସେଥିରେ ସେ ଗୁରୁତର ଭାବେ ଆହତ ହୋଇ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *