ଜଟଣୀ,୨୭/୦୮: ପେନ୍ସିଲ୍ ମୁନରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ। ଗଣେଶ ମୂର୍ତ୍ତି ର ଉଚ୍ଚତା ରହିଛି ୦.୫ ସେମି । ଜଟଣୀ ହାଟ ବଜାରର ଏଲ ଈଶ୍ଵର ରାଓ ପେନ୍ସିଲ ମୁନ ଉପରେ ବେଶ୍ ସୁନ୍ଦର ଓ ନିଖୁଣ ଭାବେ ପ୍ରଭୁ ଗଣେଶଙ୍କ ଛୋଟିଆ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ସୂକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ ପ୍ରାୟ ଆଠଘଣ୍ଟା ସମୟ ଲାଗିଥିବା କହିଛନ୍ତି ଶିଳ୍ପୀ ଈଶ୍ୱର ରାଓ।
